ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ କେ.ଜି. ବାଳିକା ଉଚ୍ଚ ବିଦ୍ୟାଳୟ ସମାସିଂହାଠାରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଶହେ ଜଣ A1 ଆକାଂକ୍ଷୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଚାଲିଥିବା ଏ ବର୍ଷର ତୃତୀୟ ତ୍ରି-ଦିବସୀୟ ସହାୟକ ଶିକ୍ଷଣ କାର୍ଯ୍ୟକ୍ରମ 'ଉନ୍ମେଷ' ଆଜି ଗୁରୁବାର ଦିନ ତିନିଟା ସମୟରେ ଉଦଯାପିତ ହୋଇଯାଇଛି। ଏଥିରେ ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ ଡ ରାଧାକାନ୍ତ ଗଡତିଆ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ନିରନ୍ତର ପରିଶ୍ରମ, ଦୃଢ଼ ସଂକଳ୍ପ ଓ ସାଧନା ମାଧ୍ୟମରେ ସଫଳତା ପ୍ରାପ୍ତି କରାଯାଇ ପାରିବ ବୋଲି ମତ ପ୍ରକାଶ କରିଥିଲେ।