ବାରିପଦା ମ୍ୟୁନିସିପାଲଟି: ବର୍ଷା ଯୋଗୁଁ ବାତିଲ ହେଲା ବାରିପଦାର ମଧୁବନରେ ହେବାକୁ ଥିବା ରାବଣପୋଡି
ଗୁରୁବାର ସକାଳୁ ଦିନ ତମାମ ବାରିପଦା ସହରରେ ବର୍ଷା ଲାଗି ରହିଥିବା ବେଳେ ଖରାପପାଗ ଯୋଗୁଁ ଆଜି ପାଇଁ ବନ୍ଦ ରହିଲା ମଧୁବନ ରେ ହେବାକୁ ଥିବା ରାବଣପୋଡି। ବର୍ଷା ଯୋଗୁଁ ମଧୁବନ ପଡ଼ିଆରେ ପାଣି ଜମା ହୋଇଯାଇଥିବା ବେଳେ ବର୍ଷା ରେ ବାଣ ଗୁଡିକ ଫୁଟିବାରେ ବାଧା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆଜିର ରାବଣ ପୋଡ଼ିକୁ ବାତିଲ କରାଯାଇଛି। ତେବେ ଆସନ୍ତା ରବିବାର ଦିନ ଏହା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ଅପରାହ୍ନ ୩ଟାରେ ନିଷ୍ପତ୍ତି ନିଆଯାଇଛି।