ସତ୍ୟବାଦୀ: ସତ୍ୟବାଦୀ ବ୍ଳକ ସମ୍ମୁଖରେ ପ୍ରାଣୀ ମିତ୍ର,କୃଷି ମିତ୍ରଙ୍କ ଧାରଣା,୨୦୧୯ ରୁ ୨୦୨୪ ଯାଏଁ ଦରମା ନମିଳିବା ପ୍ରତିବାଦରେ ଧାରଣା
Satyabadi, Puri | Mar 15, 2024 ଗୁରୁବାର ଦିନ 12 ଘଟିକା ସମୟରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସତ୍ୟବାଦୀ ବ୍ଲକ୍ ସମ୍ମୁଖରେ ଧାରଣା ଦେଲେ ଶତାଧିକ ପ୍ରାଣୀ ମିତ୍ର ଏବଂ କୃଷି ମିତ୍ର । 2019 ରୁ ରାଜ୍ୟ ସରକାରଙ୍କ ଦ୍ଵାରା ନିୟୋଜିତ ହୋଇଥିଲେ ପ୍ରାଣୀ ମିତ୍ର ଏବଂ କୃଷି ମିତ୍ର । କିନ୍ତୁ 2024 ମସିହା ହୋଇଯାଇଥିଲେ ବି ସେମାନଙ୍କୁ ଦରମା ମିଳିନଥିବା ଅଭିଯୋଗ ରେ ବ୍ଲକ୍ ସମ୍ମୁଖରେ ଧାରଣାରେ ବସିଥିବା ସୂଚନା ହସ୍ତଗତ ହୋଇଛି ।