ଗୀତାବାଣୀ ପ୍ରଚାର ସଂଘ ପକ୍ଷରୁ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ବାରିପଦା ସ୍ଥିତ ଶ୍ରୀମା ମହିଳା ମହାବିଦ୍ୟାଳୟ ପରିସରରେ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। ଡ଼ା ପାର୍ଥ ସାରଥୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତି ଗବେଷକ ଭାଗବତ ପଣ୍ଡା ଯୋଗଦେଇ ଯୁବ ସମାଜ ମଧ୍ୟରେ ଭାଗବତ ଗୀତାର କିଭଳି ପ୍ରଚାର ପ୍ରସାର ହୋଇ ପାରିବ ସେ ଉପରେ ଗୁରୁତ୍ୱାରୋପ କରିଛନ୍ତି।