ବାଙ୍ଗିରିପୋଷି: କୁସୁମବନ୍ଦ ଠାରେ ପାନୀୟ ଜଳ ପ୍ରକଳ୍ପ ଶୁଭ ଉଦ୍ଘାଟନ କଲେ ବିଧାୟିକା
ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର କୁସୁମବନ୍ଦ ଠାରେ ଜନ ସାଧାରଣ ଙ୍କ ବହୁ ଦିନର ପାନୀୟ ଜଳ ସମସ୍ୟା ଲାଗି ରହିଥିଲା।ତେବେ ଦୀର୍ଘ ଦିନର ଦାବି ଆଜି ପୂରଣ ହେଇଛି।।ଆଜି ଦିବା 2 ଘଟିକା ସମୟରେ କୁସୁମବନ୍ଦ ଠାରେ ଏକ ପାନୀୟ ଜଳ ପ୍ରକଳ୍ପ ଶୁଭ ଉଦ୍ଘାଟନ କରିଛନ୍ତି ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଲି ମୁର୍ମୁ।ଫଳରେ ଲୋକଙ୍କ ପାନୀୟ ଜଳ ସମସ୍ୟା ଆଉ ରହିବ ନାହିଁ।