ଭଟଲି: ଭଟଲି ବସଷ୍ଟାଣ୍ଡରେ ଦୁର୍ଗାପୂଜା ପାଇଁ ବସଷ୍ଟାଣ୍ଡ ଚଳଚଞ୍ଚଳ
ଭଟଲି ବସଷ୍ଟାଣ୍ଡରେ ଦୁର୍ଗାପୂଜା ପାଇଁ ବସଷ୍ଟାଣ୍ଡ ଚଳଚଞ୍ଚଳଭଟଲି ବସଷ୍ଟାଣ୍ଡଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭଟଲି ଶ୍ରୀଗଜାନନ କ୍ଳବ ପକ୍ଷରୁ ଆୟୋଜିତ ସାର୍ଵଜନୀନ ଦୁର୍ଗାପୂଜା ଉତ୍ସାହ ଉଦ୍ଦୀପନା ସହିତ ମହା ସମାରୋହରେ ପାଳିତ ହୋଇଛି।ଆଜି ସନ୍ଧ୍ୟା ୬ଟା ରେ ପୂର୍ଣ୍ଣାହୁତି ହୋଇଥିଲା। ଏଠାରେ ପ୍ରତ୍ୟେକ ଦିନ ହଜାରହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନରେ ଭଟଲି ବସଷ୍ଟାଣ୍ଡ ଟି ଉତ୍ସବ ମୁଖରିତ ହୋଇଅଛି।ମଣ୍ଡପ ଓ ଛକ ଟି ଆଲୋକମୟ ହୋଇଥିବା ବେଳେ ଆଜି ଦୁର୍ଗାଦେବୀଙ୍କ ଦଶମୀ ବିହିତ ପୂଜା, ଚଣ୍ଡୀ ହୋମ,ଆରତୀ ପୂର୍ଣ୍ଣାହୁତି, ପୁଷ୍ପାଞ୍ଜଳୀ ହୋଇଥିଲା ।