ସିମୁଳିଆ: ନୀଳଗିରି ବିଜେପି ପକ୍ଷରୁ ଜିଲ୍ଲା ସ୍ତରୀୟ ମୋଦି ମାରାଥନ କାର୍ଯ୍ୟକ୍ରମ ନୀଳଗିରି ଠାରେ ଅନୁଷ୍ଠିତ ହୋଇଯାଇଛି
ନୀଳଗିରି ରେ ବିଜେପି ପକ୍ଷରୁ ଜିଲ୍ଲାସ୍ତରୀୟ ମୋଦି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ମାରାଥନ କୁ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ହଜାର ହଜାର ଯୁବପିଢି ଏହି ଦୌଡରେ ସାମିଲ ହୋଇଥିଲେ।ଏହି ଦୌଡ ନୀଳଗିରି ଜଗନ୍ନାଥ ମନ୍ଦିର ନିକଟରୁ ବହାରି ସହର ପରିକ୍ରମା କରିଥିଲା।ପରେ ପରେ ବିଭିନ୍ନ ସ୍ଥାନରେ ମିଷ୍ଠାନ ଓ ଫଳ ବଣ୍ଟନ କରାଯାଇଥିଲା। ଦଳ ପକ୍ଷରୁ ଏକ ମାସ ଧରି ଚାଲିବାକୁ ଥିବା ସେବା ପକ୍ଷରେ ବୃକ୍ଷ ରୋପଣ, ରକ୍ତଦାନ, ଓ ମିନିମାରାଥନ ଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଯୁବନେତା ଚନ୍ଦ୍ରବିନ୍ଦୁ ଦାସ କହିଛନ୍ତି l