ତାଳଚେର ସଦର: ୨୭ତମ କଲଣ୍ଡା କପ ଉଦଯାପିତ ଯୋଗଦେଲେ ବିଧାୟକ
ପରାଛାଟ ପଞ୍ଚାୟତ କଲଣ୍ଡା ଗ୍ରାମରେ ଚାଲିଥିବା ୨୭ ତମ କଲଣ୍ଡା କପ୍ ଉଦଯାପିତ ହୋଇଯାଇଛି । ଏହି ତ୍ରି ଦିବସୀୟ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଅପରାହ୍ନ ୪ ଘଟିକା ସମୟରେ ଉଦଯାପିତ ହୋଇଯାଇଅଛି । ଅନୁଗୋଳ, ଦେବଗଡ଼ ଓ କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼ ଜିଲ୍ଲାର ବଛା ବଛା ୧୬ ଟି ଦଳ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ବେଳେ ଦେବଗଡ଼ ଜିଲାର ଓମ୍ ସାଇ କ୍ଲବ୍ କଲା ଏବଂ ଅନୁଗୋଳ ଜିଲ୍ଲା ର ଜିଲିଣ୍ଡା ଫୁଟବଲ କ୍ଲବ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।