ଜୟପୁର: ଜୟପୁର ଗୌଡ଼ସାହିରୁ ଗୋଟିଏ ଉଡ଼ନ୍ତା ସାପ ଉଦ୍ଧାର ସୂଚନା ଦେଲେ WARTEAM ର ସଂସ୍ଥାପକ କୃଷ୍ଣ କେଶବ ଷଡଙ୍ଗୀ
ଜୟପୁର ଗୌଡ଼ସାହିର ଜନୈକ ବ୍ୟକ୍ତିଙ୍କ ଗାଧୁଆ ଘର ଭିତରେ ଗୋଟିଏ ସାପ ପଶିଥିବା ନେଇ ସୂଚନା ପାଇବା ପରେ Wild Animal Rescue Team for Environmental Awareness & ମ୍ୟାନେଜେମେଣ୍ଟ ର ସଂସ୍ଥାପକ କୃଷ୍ଣ କେଶବ ଷଡଙ୍ଗୀ ଓ ତାଙ୍କ ସହଯୋଗୀ ଚନ୍ଦନ ଭିମିଡ଼ି ରୁବେନଙ୍କ ସହିତ ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଏହା ଏକ Ornate Flying Snake ଉଡନ୍ତା ଚିତି ସାପ ବୋଲି ଚିହ୍ନିଟ କରି ସାପଟିକୁ ଉଦ୍ଧାର କରିଥିବା ଆଜି ଅପରାହ୍ନ 1ଘଣ୍ଟା ସମୟରେ ସୂଚନା ଦେଇଛନ୍ତି। ବନଖଣ୍ଡର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସାପଟିକୁ ନିକଟସ୍ଥ ସୁରକ୍ଷିତ ସ୍ଥାନରେ ଛଡ଼ାଯାଇଥିଲା।