ବଲାଙ୍ଗୀର: ଦେଓଗାଁ ଅଞ୍ଚଳରେ ଆସ ସ୍କୁଲ ଯିବା ଯୋଜନା ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ ପଦଯାତ୍ରା ଆୟୋଜିତ
ବଲାଙ୍ଗିରରେ ଦେଓଗାଁ ଅଂଚଳ ରେ ଆଜି ଅପରାହ୍ନ ୨ଟା ସମୟରେ “ଆସ ସ୍କୁଲ ଯିବା” ଯୋଜନା ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ ପଦଯାତ୍ରା ଆୟୋଜିତ ହୋଇଛି। ଅଧାରୁ ପାଠ ଛାଡ଼ିଥିବା ଓ ବିଦ୍ୟାଳୟରେ ଆଦୌ ନାମ ଲେଖାଇନଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପଦଯାତ୍ରାରେ ଜିଲ୍ଲାପାଳ ସ୍ୱୟଂ ସାମିଲ ହୋଇଥିଲେ ଏବଂ ସମସ୍ତଙ୍କୁ ପିଲାମାନଙ୍କୁ ବିଦ୍ୟାଳୟମୁଖୀ କରିବାରେ ସହଯୋଗ କରିବାକୁ ଆହ୍ୱାନ ରଖିଲେ। ସଚେତନତାର ସନ୍ଦେଶ ସହିତ ଏହି ପଦଯାତ୍ରାରେ ଅନେକ ଅଧିକାରୀ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗଦେଇଥିଲେ।