ବଲାଙ୍ଗୀର ସୁଦ ପଡାରେ ରାମଲାଲା ଓ ହନୁମାନ ମନ୍ଦିର ପରିସରରେ ଆୟୋଜିତ ବିଘ୍ର ପ୍ରତିଷ୍ଠା, ଜୀବନ୍ୟାସ, ସିଂହାସନ ପ୍ରତିଷ୍ଠା, କୁମ୍ଭ ସ୍ନାନ ଓ ଧ୍ୱଜା ରୋପଣ କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳରେ ପର୍ବ ପର୍ବାଣୀର ମହୋଲ ଦେଖାଗଲା। ହଜାର ହଜାର ଭକ୍ତଙ୍କ ଭିଡ଼ ମନ୍ଦିର ପରିସରକୁ ଅଯୋଧ୍ୟା ଧାମକୁ ସ୍ମରାଉଥିଲା। ପୂଜାରୀମାନେ ଓ ଆୟୋଜକମାନେ କହିଲେ ଯେ, ଏହି ପବିତ୍ର ଅନୁଷ୍ଠାନ ଅଞ୍ଚଳର ଆଧ୍ୟାତ୍ମିକ ପରିବେଶକୁ ନୂଆ ଗୌରବ ଦେଇଛି। ଭକ୍ତମାନଙ୍କ ଅସୀମ ଉତ୍ସାହ, ଭକ୍ତିଭାବ ଏବଂ ଶୃଙ୍ଗାରିକ ମନ୍ଦିର ସଜାଣି ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହେଇଥିଲା।