ଆସନ୍ତାକାଲି ୨୭ ତାରିଖ ସୋମବାର ଦିନ ଛଟ ପୂଜାର ସନ୍ଧ୍ୟା ଅର୍ଘ୍ୟ ପ୍ରଦାନ କରାଯିବ। ତେବେ ଛଟ ପୂଜା ପାଇଁ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରର ଇବ ନଦୀ ଘାଟରେ ଆଜି ଚାରିଟା ସମୟରେ ସମସ୍ତ ପ୍ରକାର ଵ୍ୟଵସ୍ଥା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇ ପୂର୍ବାଂଚଳ କମିଟି ପକ୍ଷରୁ ବ୍ରଜରାଜନଗର ଇବ ନଦୀ ଘାଟରେ ସମସ୍ତ ପ୍ରକାରର ଵ୍ୟଵସ୍ଥା କରାଯାଇଛି। ପୌର ପରିଷଦ ପକ୍ଷରୁ ରାସ୍ତା ଘାଟ ଆଦିର ସଫେଇ କାର୍ଯ୍ୟ କରାଯାଇଥିବା ବେଳେ ଶ୍ରଦ୍ଧାଳୁ ଙ୍କ ଭିଡକୁ ଦୃଷ୍ଟିରେ ରଖି ପାର୍କିଙ୍ଗ ଵ୍ୟଵସ୍ଥା , ଆଲୋକର ଵ୍ୟଵସ୍ଥା ଆଦି କରାଯାଇଛି।