ବାମରା ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ହନୁମାନ ମନ୍ଦିର ଠାରେ ଗୁରୁବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୮୦ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ବ୍ଲକ ବିଜେଡି ପକ୍ଷରୁ ଆୟୋଜିତ ଉତ୍ସବରେ ଜିଲ୍ଲା ଯୁବ ବିଜେଡି ସଭାପତି ଆକାଶ ଦୀକ୍ଷିତ,ବ୍ଲକ ସଭାପତି ଅରବିନ୍ଦ ସାହୁ, ଟାଉନ ସଭାପତି ମିଥୁନ କୋହ୍ଲ କର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ମନ୍ଦିର ପୂଜକ ସୁବିନ ପୁରୋହିତ ପୂଜାର୍ଚ୍ଚନା କରିଥିବା ବେଳେ, ନବୀନ ବାବୁଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ଦୀର୍ଘାୟୁ କାମନା କରି ୮୦ ଗୋଟି ଦୀପ ଦାନ କରାଯାଇଥିଲା।