ଗୋପାଳପୁର: ଗୋଳନ୍ଥରା ଠାରେ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରମ୍ ଭବନରେ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅପରାହ୍ନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ରାଜ୍ୟ ସରକାରଙ୍କ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।