ନୂତନ ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରିବା, ଉଚ୍ଚଶିକ୍ଷା ନିମନ୍ତେ ଆସନ ବୃଦ୍ଧି କରିବା, ଡାଇନାମିକ ଷ୍ଟାଇପେଣ୍ଟ ପ୍ରଦାନ କରିବା ଆଦି ଆଠଦଫା ଦାବି ନେଇ ଆୟୁଷ ଛାତ୍ରଛାତ୍ରୀଙ୍କର ଏକ ରାଲି ବିଜୁ ପଟ୍ଟନାୟକ ହୋମିଓପାଥି କଲେଜ ଠାରୁ ସବ୍-କଲେକ୍ଟର ଅଫିସ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ।ଗୁରୁବାର ମଧ୍ୟାହ୍ନରେ ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନ ଏଆଇଡ଼ିଏସ୍ଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛି।