ପଦ୍ମପୁର: ଆର.ବି ହାଇସ୍କୁଲ ଠାରେ ପ୍ରଥମ ରାଜ୍ୟସ୍ତରୀୟ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ଅନୁଷ୍ଠିତ
ଆଜି ରବିବାର ବରଗଡ ଜିଲ୍ଲା ପଦ୍ମପୁର ସହର ଆର.ବି ହାଇସ୍କୁଲ ଠାରେ ସନ୍ଧ୍ୟା 7ଟା ସମୟରେ ପ୍ରଥମ ରାଜ୍ୟସ୍ତରୀୟ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଦ୍ମପୁର ଓକିଲ ସଂଘର ସଭାପତି ରାମରତନ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଆଜି ପ୍ରଥମ ଦିବସ ରେ ଦୁଇଟି ନାଟକ ପରିବେଷଣ ହୋଇଥିଲା। ନାଟକ ଦେଖିବା ପାଇଁ ସହର ତଥା ଆଖ ପାଖ ଗାଁ ରୁ ଶତାଧିକ ଦର୍ଶକ ଦେଖି ଆସିଥିଲେ।