ରବିବାର ଦିନ ପ୍ରାୟ ୧୨ଟାରେ ବାରିପଦାର ଷ୍ଟାଡିୟମ କନଫରେନ୍ସ ହଲରେ ହିନ୍ଦୁ ଜାଗରଣ ମଞ୍ଚ ମୟୁରଭଞ୍ଜ ଜିଲ୍ଲା ତରଫରୁ ଏକ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହିନ୍ଦୁ ଜାଗରଣ ମଞ୍ଚ ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଗଠନ ସମ୍ପାଦକ ତନ୍ମୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ତଥା ଜିଲ୍ଲା ସଂଯୋଜକ ଜଗଦୀଶ ମହାକୁଡ଼ ଉପସ୍ଥିତ ରହିଥିଲେ। ଏବଂ ମଞ୍ଚକୁ ପରିଚାଳନା କରୁଥିଲେ ଚିନ୍ମୟ ବାରିକ।