ବୁଧବାର ଅପରାନ୍ହରେ କେରଳ ରାଜ୍ୟର ଭାଡ଼ କୁମୁରୀ ଠାରେ ଆତ୍ମହତ୍ୟା କରି ମ୍ରୁତ୍ୟ ବରଣ କରିଥିବା ହରଭଙ୍ଗା ବ୍ଲକ ସମ୍ବଲପୁର ଗ୍ରାମର ଶ୍ରମିକଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ l ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଗ୍ରାମର ଅନିଲ ନାଏକ କେରଳ ରାଜ୍ୟ ଇଡ଼ୁକି ଜିଲ୍ଲାର ଏକ ପ୍ଲାଏ ଉଡ କମ୍ପାନୀରେ କାମ କରୁଥିବା ବେଳେ ଗତ 2 ତାରିଖ ଦିନ ଆତ୍ମହତ୍ୟା କରିଥିଲେ | ତାଙ୍କ ମୃତଦେହକୁ ଘରକୁ ଆଣିବl ପାଇଁ ପରିବାର ପ୍ରଶାସନକୁ ଅନୁରୋଧ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିଲା l