ବୁଧବାର ପୂର୍ବାହ୍ନ ଦଶଟା ସମୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ର ମିଶନ ନିର୍ଦ୍ଦେଶିକା ତଥା ଓଡ଼ିଶା ରାଜ୍ୟ ମେଡ଼ିକାଲ ଲିମିଟେଡ଼ ର ଓଡିଶା ପ୍ରଭାରୀ ଡଃ ବୃଦ୍ଧା ଡି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କୁ ଦିନିକିଆ ଗସ୍ତ କରିଥିବା ଜଣାପଡିଛି। ଜିଲ୍ଲା ର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୁଣ୍ଡରୀ ଗ୍ରାମ ପଞ୍ଚାୟତ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶ,ଆଇଏଏସ ଅନିମେସନ ପ୍ରଧାନ,ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ କରିଥିଲେ।