ବୀରମହାରାଜପୁର: ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ଏଫସିଆ ପେଟ୍ରୋଲ ନିକଟରେ ଏକ ଟାଟା ଏସ ଗାଡି ଧକ୍କାରେ ଜଣେ ଡ୍ରାଇଭର ଗୁରୁତର
ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ଏଫସିଆ ପେଟ୍ରୋଲ ନିକଟରେ ଏକ ଟାଟା ଏସ ଗାଡି ଧକ୍କାରେ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଭାଟବାହାଲି ଗ୍ରାମର ସୁବାଷ ଲୁହାର ଏଫିସିଆଇର ଜଣକରୁ ଗାଡି ଚାଳକ ଭାବେ କାମ କରନ୍ତି । ମାଲିକଙ୍କ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ବରଗତ ପଟରୁ ଏକ ଶୁଖୁଆ ବୋଝେଇ ଟାଟାଏସ ଗାଡି ବଲାଙ୍ଗିର ଅଭିମୁଖେ ଯାଉଥିଳା । ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡକୁ। ଓଲଟି ପଡି ସୁବାଷ ଲୁହାରକୁ ଧକ୍କା ଦେଇ ଘୋଷାଡି ନେଇଥିଲା ।ଫଳରେ ତାଙ୍କର ବାଇକ ଚୁରମାର ହୋଇ ଧାନ ବିଳରେ ପଡିଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ ।