ଆଳି: ବଡ଼ାମ୍ବିଳା ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ; ଚାଳକ ଗୁରୁତର, କଟକ ମେଡିକାଲକୁ ସ୍ଥାନାନ୍ତର
ଆଳି ବଡାମ୍ବିଳା ରାସ୍ତାରେ ମଙ୍ଗଳବାର ବିଳମ୍ୱିତ ରାତି ପ୍ରାୟ ୧୨ଟା ବେଳେ ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଚାଳକ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଯୁବକ ଜଣଙ୍କ ଆଳି ଆଞ୍ଚଳର ରତିକାନ୍ତ ତରେଇ ବୋଲି ଜଣା ପଡିଛି ।