ଜି ଉଦୟଗିରି: କନ୍ଧମାଳ ଜିଲ୍ଲା ର କଳିଙ୍ଗା ଘାଟି ରେ ଯାତାୟତ ସ୍ୱାଭାବିକ କରିବା ପାଇଁ ଚାଲିଛି କାମ,ଆରମ୍ଭ ହେଲା ଢ଼ଳେଇ
କନ୍ଧମାଳ ଜିଲ୍ଲା ର କଳିଙ୍ଗା ଘାଟି ରେ ଯାତାୟତ ସ୍ୱାଭାବିକ କରିବା ପାଇଁ ଚାଲିଛି ପ୍ରକ୍ରିୟା. ରାସ୍ତା ଉପରେ ଢ଼ଳେଇ ଆରମ୍ଭ ହୋଇଅଛି. ପୂର୍ବରୁ ରାସ୍ତା ଚଉଡା କରିବା ପାଇଁ ରାସ୍ତା ର ପାହାଡ଼ ପାର୍ଶ୍ୱରେ ଥିବା ବଡ଼ ବଡ଼ ଚାଞ୍ଚଡା ପଥର କୁ ବ୍ଲାଷ୍ଟ କରାଯାଇଥିଲା. କିନ୍ତୁ ପାହାଡ଼ ଉପରେ ଝୁଲିଲା ଭଳି ଥିବା ବଡ଼ ବଡ଼ ପଥର ଗୁଡିକ ପାହାଡ଼ ର ମଧ୍ୟ ଭାଗରୁ ତଳକୁ ଖସାଇବାଟା ଏକ ଚାଲେଞ୍ଚ ହୋଇ ପଡ଼ିଅଛି. ପଥର କୁ ଯେତେ ସମୟ ପର୍ଯ୍ୟନ୍ତ ହତାଯାଇନାହିଁ ସେହି ପର୍ଯ୍ୟନ୍ତ ଏହି ସ୍ଥାନଟି ସୁରକ୍ଷିତ ନୁହଁ. ପଥର ପାହାଡ଼ ରୁ ଖସାଇବା ପାଇଁ ଦୁଇଟି ଟିମ ଆସି ମନା କରିଛନ୍ତି