ଚନ୍ଦନ ଭାଟି ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ଘଟିଛି। ସତ୍ୟ ନାରାୟନ ନାୟକ ନାମକ ଜଣେ ବ୍ୟକ୍ତି କିଛି ଅଜଣା କାରଣରୁ ବିଷ ପାନ କରି ଗୁରୁତର ଅବସ୍ଥାରେ ପଡ଼ିଛନ୍ତି। ଘଟଣା ଘଟିବା ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲେ। ପରେ ତାଙ୍କୁ ଆଜି ରାତି ୯ଟା ସମୟରେ ଭୀମ ଭୋଇ ମେଡିକାଲ କଲେଜ୍ରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ସତ୍ୟ ନାରାୟନଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି। ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିବାବେଳେ, ବିଷ ପାନର କାରଣ କ’ଣ ଥିଲା ସେଥିପାଇଁ ତଦନ୍ତ ଜାରି ରହିଛି।