ସୋର: ଖଞ୍ଜାମାହାଲ ପଥର ଖାଦାନରେ ତହସିଲ ଏବଂ ଖଣି ବିଭାଗ ପକ୍ଷରୁ ଚଢ଼ାଉ,ଲକ୍ଷାଧିକ ଟଙ୍କାରେ ନିଲାମ ହେଲା ଜବତ ପଥର
Soro, Balasore | Oct 29, 2025 ସୋର ତହସିଲ ଓ ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ଖଞ୍ଜାମାହାଲ ପଥର ଖାଦାନରେ ଚଢ଼ାଉ କରାଯାଇ ବିପୁଳ ପଥର ଜବତ କରି ଏହାକୁ ନିଲାମ କରାଯାଇଥିବା ଜଣାପଡିଛି। ମିଳିଥିବା ସୁଚନା ଅନୁସାରେ ଆଜି ଅପରାହ୍ଣରେ ବାଗୁଡି ପଥର ଖାଦାନରେ ବେଆଇନ ବ୍ଲାଷ୍ଟିଂ ହୋଇଥିବା ଖବର ପାଇ ସୋର ତହସିଲଦାର ଦୈତାରୀ ମଳ୍ଲିକ ଓ ବାଲେଶ୍ୱର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଖାଦାନରେ ଚଢ଼ାଉ କରିଥିଲେ।ଏହି ସମୟରେ ବନ୍ଦ ପଡିଥିବା ୬୦ ନମ୍ବର କ୍ୱାରୀରୁ ବିପୁଳ ପଥର ଜବତ କରି ଏହାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିଲାମ ଡକାଯାଇଥିଲା। ଶେଷରେ ୩ ଲକ୍ଷ ୭୫ ହଜାର ଟଙ୍କାରେ ଜବତ ପଥରକୁ ନିଲାମ ଦିଆଯାଇଥିଲା।