ସ୍ଥାନୀୟ ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରେ ଆଜି 12ଟା 55 ମିନିଟ ସମୟରେ ଯୁବ ରେଡ଼ କ୍ରସ ତରଫରୁ ଦୁର୍ନୀତି ନିବାରଣ ସପ୍ତାହରେ ଶପଥ ପାଠ ଓ ସାଇବର ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥ ତାଙ୍କ ସଭାପତିତ୍ଵ ଅଭିଭାଷଣରେ ଦୁର୍ନୀତି କିପରି ସମାଜର ଏକ ସଂକ୍ରାମକ ବ୍ୟାଧି ଓ ତାକୁ ନିରାକରଣ କରିବାରେ ଆମରି ଦାୟିତ୍ଵଗୁଡିକ ଉପରେ ବୁଝାଇଥିଲେ । ଏଥିରେ ପଦ୍ମପୁର ଥାନା ଅଧିକାରୀ ଶ୍ରୀମତୀ ମମତା ନାୟକ (IIC) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୁର୍ନୀତି ନିବରଣର ଶପଥ ପାଠ କରାଇବା ସହ ସାଇବର ଠକେଇ ବାବଦରେ ସମସ୍ତଙ୍କୁ ବୁଝାଇଥିଲେ ।