ଜାତୀୟ ମତଦାତା ଦିବସ ପାଳନକୁ ନେଇ ଏକଜିଲ୍ଲା ପାଲ ଙ୍କ ସମ୍ଭିଲାନି କକ୍ଷରେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡାଃ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୨୫ ତାରିଖରେ କୋଶଳ କଳାମଣ୍ଡପ ଠାରେ ଜାତୀୟ ମତଦାତା ଦିବସ ପାଳନ ହେବ। ଏହି ଅବସରରେ ସଚେତନତା ରାଲି ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଲୋଗାନ, ସ୍କିଟ ଓ ରିଲ୍ସ ମେକିଂ ପ୍ରତିଯୋଗିତା ଆୟୋଜିତ ହେବ। ସେଥିସହ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ନିର୍ବାଚକ ପଞ୍ଜୀକରଣ ଓ ବୁଥସ୍ତରୀୟ ଅଧିକାରୀମାନେ ପୁରସ୍କୃତ ହେବେ।