ଆଜି ଜାନୁଆରୀ 17 ତାରିଖ ଶନିବାର ରାତି 8:50 ପାଖାପାଖି ସମୟରେ ମୃତକଙ୍କ ବାପା ମନବୋଧ ଭଇସାଲଙ୍କ ଲିଖିତ ସୂଚନା ପରେ ହେମଗିର ପୋଲିସ ହେମଗିର ଥାନା ଅପମୃତ୍ୟୁ ମାମଲା 5/2026 ରେ ଏକ ମାମଲା ରୁଜ୍ଜୁ କରିଛି। ମୃତକ ହେଲେ - ପବିତ୍ର ଭଇସାଲ ଓ ତାଙ୍କ ଘର ହେମଗିର ଥାନା ଗିରି ସୀମା । ସେ ଆଜି ପୂର୍ବାହ୍ନରେ ଲଟା ମରା ଔଷଧ ପିଇ ଦେଇ ଥିଲେ। ତେବେ ତାଙ୍କ ଅବସ୍ଥା ଶୋଚନୀୟ ହେବା ଜାଣି ତାଙ୍କ ପରିବାର ଲୋକେ ତାଙ୍କୁ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ଡ଼ାକ୍ତର ତାଙ୍କୁ ପରୀକ୍ଷା କରିବା ସହ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ଦେଖି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକ