ଜଳେଶ୍ବର: ଗିଲାଯୋଡି ଗ୍ରାମରେ ସ୍ବେଛାକୃତ ରକ୍ତଦାନ ଶିବିର, 32 ୟୁନିଟ ରକ୍ତ ସଂଗୃହିତ
ସ୍ବେଛାକୃତ ରକ୍ତଦାନ ଶିବିର, 32 ୟୁନିଟ ରକ୍ତ ସଂଗୃହିତ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ରଘୁନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗିଲାଯୋଡି ଗ୍ରାମରେ ସାର୍ବଜନୀନ କାଳୀପୂଜା କମିଟି ତରଫରୁ ରକ୍ତଦାନ ଶିବିର ଆଜି ସକାଳ 10 ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ବସ୍ତା ଏସଡିପିଓ ମାନସ ରଞ୍ଜନ ଦେଓ ଏବଂ ପରିବେଶବିତ ତଥା ବିଶିଷ୍ଟ ସମାଜସେବୀ ସୁମନ୍ତ କୁମାର ଜେନା ଉଦଘାଟନ କରି ରକ୍ତ ଡାଟା ମାନଙ୍କୁ ଉତ୍ସାହିତ କରିଥିଲେ।ଆଜିର ଦିନରେ ରକ୍ତର ଘୋର ଅଭାବ କୁ ପରିଲକ୍ଷିତ କରି ଏହି ରକ୍ତଦାନ ଆୟୋଜନ କରାଯାଇଥିଲା l ଏହି ଅବସରରେ କାଳିପୂଜା କମିଟିର ସଭାପତି ତଥା ଶିକ୍ଷକ ଅର