ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ବ୍ଲକ ସ୍ତରୀୟ ସାଂସ୍କୃତିକ ଲୋକ ମହୋତ୍ସବ "ମଣ୍ଡେଇ "ଆଜି ଶୁଭାରମ୍ଭ ହୋଇଯାଇଛି |କୋଷାଗୁମୁଡାର ଅଧିଷ୍ଠାତା ଦେବତା ପ୍ରଭୁ ରାଜା ଚାଉଁରିଆ ଙ୍କ ମନ୍ଦିରରେ ପୂଜାର୍ଚନା ସହ ଏକ ମଶାଲ ଦୀପ ଜାଳି ସମସ୍ତେ ବାଜା ମୃଦଙ୍ଗ, ଢୋଲ ମହୁରୀ ,ବାଣ ଫୁଟାଇ, ପାରମ୍ପରିକ ବାଦ୍ୟ ସହ ଆଞ୍ଚଳିକ ମାଡ଼ିଆ ନୃତ୍ୟ, ଢେମ୍ସା ନୃତ୍ୟ ପରିବେଷଣ କରି ଏକ ବିରାଟ ରୋଷଣୀ ପଦଯାତ୍ରା କରି ସମସ୍ତେ ଟି ୟ ମୀ ବିଦ୍ୟାଳୟ ର ଖେଳ ପଡିଆ ଠାରେ ପହଂଚିଥିଲେ l ଆରମ୍ଭ ଭଗବାନ ଙ୍କ ଫୋଟ ରେ ଦୀପପ୍ରଜ୍ବଳନ, ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ |