ଆଗଲପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପଡିଆରେ ଆଜି ଜିଲ୍ଲା ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ବାଳକ ବିଭାଗର କ୍ରିକେଟ ପ୍ରତିଯୋଗିତା ଉତ୍ସବମୟ ପରିବେଶରେ ଉଦଯାପିତ ହୋଇଥିଲା। ବିଇଓ ଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପ୍ରେରଣା ଜଗାଇଥିଲେ। ୧୦ଟି ବ୍ଲକରୁ ୧୫୦ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ, ତୁରେକେଲା ଓ ଆଗଲପୁର ମଧ୍ୟରେ ରୋମାଞ୍ଚକ ଫାଇନାଲ ଖେଳ ହୋଇ, ତୁରେକେଲା ବିଜେତା ଓ ଆଗଲପୁର ଉପବିଜେତା ହୋଇଥିଲା।