ଶୁକ୍ରବାର ଦିନ ସକାଳୁ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ବଡ଼ଖୁଣ୍ଟା - ବାଲିଡ଼ିହା ରାସ୍ତା ପାର୍ଶ୍ଵରୁ ଜନୈକ ଯୁବକଙ୍କ ରକ୍ତାକ୍ତ ମରଶରୀ ଉଦ୍ଧାର ହୋଇଥିଲା। ସୁଚ଼ନା ପାଇ ଖୁଣ୍ଟା ଥାନା ଆଇଆଇସି ପଞ୍ଚାନନ ମହାନ୍ତି ଦିନ ପ୍ରାୟ ୧୦ ଟାରେ ଘଟଣା ସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ୍ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ। ଯୁବକ ଜଣକ ହେଲେ ଖୁଣ୍ଟା ଥାନା ଅଧିନ ଖପରାପାଳ ଗ୍ରାମର ସୁରେଷ ହେମ୍ବ୍ରମ ଙ୍କ ପୁଅ ଗଣେଷ ବୋଲି ଜଣାପଡ଼ି ଥିଲା।