ଜି ଉଦୟଗିରି: ଜଗନ୍ନାଥ ମନ୍ଦିର ରେ ନୂତନ ପରିଚାଳନା କମିଟି, ସମୀର ପାଢ଼ୀ ସଭାପତି, ଅରୁଣ କୁମାର ଷଡଙ୍ଗୀ ସମ୍ପାଦକ ମନୋନୀତ
ଜି ଉଦୟଗିରି ଜଗନ୍ନାଥ ମନ୍ଦିରର ଆଗାମୀ ତିନିବର୍ଷ ପରିଚାଳନା କରିବା ପାଇଁ ନୂତନ କମିଟି ଗଠିତ ହୋଇଛି।ସଭାପତି ବିନୋଦ ବିହାରୀ ଦାସଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକ ରେ ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ବରିଷ୍ଠ ସଭ୍ୟ କେ ରାମରାଓ ପାତ୍ରଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି ମନୋନୟନ ପ୍ରକ୍ରିୟା ରେ ସଭାପତି ଭାବେ ସମୀର କୁମାର ପାଢ଼ୀ, ଉପ ସଭାପତି ଭାବେ ସଞ୍ଜୟ କୁମାର ଆଚାର୍ଯ୍ୟ, ସମ୍ପାଦକ ଭାବେ ଅରୁଣ କୁମାର ଷଡ଼ଙ୍ଗୀ ସହ ସମ୍ପାଦକ ଲକ୍ଷ୍ମଣ କୁମାର ଆଚାର୍ଯ୍ୟ ମନୋନୀତ ହୋଇଛନ୍ତି।