କେନ୍ଦୁଝର ସହର: ଝଣଝଣା ଗ୍ରାମରେ ଗାଁକୁ ଚାଲ ଅଭିଯାନ କାର୍ଯ୍ୟକ୍ରମରେ ବିଜେପିର ମିଶ୍ରଣ ପର୍ବରେ ଯୋଗଦେଲେ ଦେଢ଼ଶହରୁ ଉର୍ଦ୍ଧ୍ବ ମହିଳା
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝଣଝଣା ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରୁ ସନ୍ଧ୍ୟା ପ୍ରାୟ ୬ଟା ଯାଏଁ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଗାଁକୁ ଚାଲ ଅଭିଯାନ କାର୍ଯ୍ୟକ୍ରମରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ୍ବ ମହିଳା ବିଜେପିରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମକୁ ହରମୋହନ ଶାସିନୀ, ତୃପ୍ତିମୟୀ ଜେନା,। ସୁଶାନ୍ତ ଜେନା ପରିଚାଳନା କରିଥିଲା ବେଳେ ଦଳର ଅନ୍ୟ କାର୍ଯ୍ୟକର୍ତ୍ତା ଏଥିରେ ସହଯୋଗ କରିଥିଲେ ।