ଧର୍ମଶାଳା: କୁରିକଣା ଗାଁଛକ ନିକଟରେ ହାଇୱା ଧକ୍କାରେ କଲେଜ ଛାତ୍ର ମୃତ
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧର୍ମଶାଳା ବ୍ଲକ ଅଧିନସ୍ଥ ଜେନାପୁର ଥାନା ମହିସରା ପଞ୍ଚାୟତ କୁରିକଣା ଗାଁ ଛକ ନିକଟରେ ହାଇୱା ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳାବର ଦିବା 11 ଘଟିକା ସମୟରେ ଦେଖିବାକୁ ମିଳିଛି । ମୃତ ଛାତ୍ର ଜଣକ ରମ୍ପେଇ ଗ୍ରାମର ସଞ୍ଜୀବ ନାୟକ ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା ହାଇୱାକୁ ନିଆଁ ଲଗାଇ ଜାଳିଲେ ଉତ୍ୟକ୍ତ ଜନସାଧାରଣ ।