ବଲାଙ୍ଗୀର ଜିଲ୍ଲାର ସାଲେପାଲି ଅଞ୍ଚଳରୁ ଉଦ୍ଧାର ହେଲା ୧ଫୁଟ ଲମ୍ବ ସ୍ପେକ୍ଟିକାଲ କୋବ୍ରା ପ୍ରଜାତିର ବିଷାକ୍ତ ନାଗ ସାପ। ଘର ଭିତର ଅନ୍ଧାର ଅଞ୍ଚଳରେ ଲୁଚି ରହିଥିବା ସାପଟିକୁ ଦେଖି ଘରବାସୀମାନେ ଭୟଭୀତ ହୋଇପଡିଥିଲେ। ସୂଚନା ପାଇପରେ ପ୍ରସିଦ୍ଧ ଉଦ୍ଧାରକାରୀ ଧୃବ ରାଜ ସିଂ ଦେଓ ସୁରକ୍ଷା ପଦକ୍ଷେପ ନେଇ ସାପଟିକୁ ସଫଳତାରେ ଧରି ଉଦ୍ଧାର କରିଛନ୍ତି।ବନ ବିଭାଗ ଅନୁସାରେ ବର୍ଷା ପରବର୍ତ୍ତୀ ସମୟରେ ଏପରି ସାପ ଘର ଏବଂ ଗାଁ ଅଞ୍ଚଳକୁ ଆସିପାରେ। ତେଣୁ ଘର ଚାରିପାଖେ ଅନ୍ଧାର ଘର, ଏବଂ ଗୋଦାମ ସଫା ରଖିବା ସହିତ ସବୁ ସମୟ ସଚେତନ ରହିବା ଉଚିତ।