କଣ୍ଟାମାଳ: ମନମୁଣ୍ଡା: ଦେଉଳି ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଜଣ ଆହତ, ମେଡିକାଲରେ ଭର୍ତ୍ତି
ବାଇକ୍ ଦୁର୍ଘଟଣାରେ ଦୁଇ ଆହତ ମନମୁଣ୍ଡା କଣ୍ଟାମାଳ ରାଜ୍ୟ ରାଜପଥ ନଂ ୪୧ର ଦେଉଳି ପେଟ୍ରୋଲ ପମ୍ପ ନିକଟରେ ଆଜି ଅପରାହ୍ନରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣ ଆହତ ହୋଇଛନ୍ତି | ସୂଚନା ଅନୁସାରେ ଆଜି ଅପରାହ୍ନରେ ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା | ଦୁର୍ଘଟଣାରେ ଦୁଇ ବାଇକ୍ ଚାଳକ ଆହତ ହୋଇଥିଲେ | ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ଦୁଇ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିବା ଜଣା ପଡିଛି | ଆହତ ଦୁଇ ଜଣ ହେଲେ ରାବିଡି ଗ୍ରାମର ନିରଞ୍ଜନ ବିଶି ଓ ଅନ୍ୟ ଜଣେ ଡି