ଧର୍ମଗଡ: ବେହେରା ଢ଼ାବା ନିକଟରେ ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ମୃତ
ଧର୍ମଗଡ ବ୍ଲକ ବେହେରା ବିଜୁ ଏକ୍ସପ୍ରେସ ୱେ ରେ ଥିବା ଏକ ଢ଼ାବା ନିକଟରେ ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । କୋକସରା ଥାନା ଖୁଣ୍ଟିଆ ଗ୍ରାମର ତରଣୀ ଦୁର୍ଗା ବେହେରା ବଜାରରୁ ଘରକୁ ଫେରୁଥିବା ବେଳେ ଢ଼ାବା ନିକଟରେ ବେହେରା ପଟରୁ ଆସୁଥିବା ଓଡି ୩୦ ଏ ୬୯୮୬ ନମ୍ବର ବିଶିଷ୍ଟ କୁକୁଡ଼ା ଛାଡି କି ଆସୁଥିବା ଆଇଚର ଗାଡ଼ି ତାଙ୍କୁ ଧକ୍କା ଦେଇଥଲା। ପର୍ଲା ଡାକ୍ତରଖାନା ରେ ତରଣୀ ଙ୍କୁ ଡାକ୍ତର ମୃତ ଘୋଷଣାକରଥିଲେ।