ଧର୍ମଗଡ: ମାଲିକାନା ଜମି ଦାବି କରି ତୁନଗାଁ ବିଦ୍ୟାଳୟ ରେ କଣ୍ଟା ବାଡ଼ ଦେଲେ ବ୍ୟକ୍ତି, ବରଗଛ ମୂଳେ ଛାତ୍ରଛାତ୍ରୀ
କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧୀନ ତୁନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିଜର ମାଲିକାନା ଦାବି କରି ଗ୍ରାମର ଜୈନିକ ବ୍ୟକ୍ତି ବିଦ୍ୟାଳୟ ରାସ୍ତାରେ କଣ୍ଟା ବାଡ଼ ଦେଇ ରାସ୍ତା ଅବରୋଧ ସହ ସ୍କୁଲ ବନ୍ଦ କରିଛନ୍ତି, ଫଳରେ ବିଦ୍ୟାଳୟ ସମ୍ମୁଖରେ ଥିବା ଏକ ବରଗଛ ମୂଳେ ଛାତ୍ରଛାତ୍ରୀ ଖୋଲା ଆକାଶ ତଳେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି।ଘଟଣାସ୍ଥଳରେ ଶିକ୍ଷା ବିଭାଗ ଅଧିକାରୀ,ବ୍ଲକ ଉପାଧ୍ୟକ୍ଷ ପହଞ୍ଚି ଆଲୋଚନା କରିଛନ୍ତି।