ରେଢାଖୋଲ: କଦଳୀଗଡ ସ୍ଥିତ ରାଜୀବ ଗାନ୍ଧି ସଭା ଗୃହରେ ସହୀଦ ଦିବସ ପାଳିତ
କଦଳୀଗଡ ସ୍ଥିତ ରାଜୀବ ଗାନ୍ଧି ସଭା ଗୃହରେ ସହୀଦ ଦିବସ ପାଳିତରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ ସ୍ଥିତ ରାଜୀବ ଗାନ୍ଧି ସଭା ଗୃହରେ ରେଢ଼ାଖୋଲ ପୁଲିସ ପକ୍ଷରୁ ମଙ୍ଗଳବାର ସକାଳେ ଧଉରାଖମଣର ବୀରପୁତ୍ର ସହୀଦ ଚମ୍ପେଶ୍ଵର ମହାଖୁଡଙ୍କ ସ୍ମୃତିରେ ସହୀଦ ଦିବସ ପାଳିତ ହୋଇ ଯାଇଛି। ଏଥିରେ ଉପଖଣ୍ଡ ପୁଲିସ ଅଧିକାରୀ ପ୍ରଶାନ୍ତ କୁମାର ମେହେର, ଥାନାଧିକାରୀ ଚନ୍ଦ୍ର ମୋହନ ସିଂ ,ଜିଲାପରିଷଦ ସଭ୍ଯ ସରତ କୁମାର ପ୍ରଧାନ,ସରପଞ୍ଚ ସରୋଜ ସେଠି ଯୋଗଦେଇ ସହୀଦଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ଦୀପ ପ୍ରଜ୍ବଳନ ୨ ମିନିଟ ନୀରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ।