ଝାରପୋଖରିଆ: ଝାରପୋଖୋରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଠାରେ ପୋଲିସ ବିଭାଗର ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ମଙ୍ଗଳବାର ଦିନ ପ୍ରାୟ ୧୨ଟାରେ ମୟୂରଭଞ୍ଜ ଜିଲ୍ଳା ଝାରପୋଖୋରିଆ ଥାନା ପକ୍ଷରୁ ଝାରପୋଖୋରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଠାରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଝାରପୋଖୋରିଆ ଥାନା ଅଧିକାରୀ ପ୍ରଭୂ କଲ୍ୟାଣ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।