ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାରେ ଲାଗି ରହିବ ଘନ କୁହୁଡି। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଗତ 24 ଘଣ୍ଟାରେ ଜିଲ୍ଲାର ପାରଦ 11 ଡିଗ୍ରୀ ଥିବାବେଳେ, ଆସନ୍ତା 24 ଘଣ୍ଟା ମଧ୍ଯ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହା ସହ ଜିଲ୍ଲାରେ ଭୋର୍ ସମାୟରେ ଦୃଶ୍ୟମାନ ଦୂରତା ହ୍ରାସ ହୋଇପାରେ।