ଲୋଇସିଂହା: ରାଜେନ୍ଦ୍ର ୟୁନିଭରସିଟି ନିକଟରେ ଇଲେକ୍ଟ୍ରି ଖୁଣ୍ଟକୁ ଧକା ଦେଇ ଫେରା଼ର ମାରିଲା ଟ୍ରକ
ସାହାଜଛାପର ଗ୍ରାମରୁ ଟ୍ରାକ୍ଟର ଚୋରୀ, ଥାନାରେ ଅଭିଯୋଗ ଦାଖଲ ବଲାଙ୍ଗୀର ଜିଲ୍ଲା ଲୋଇସିଂହାର ସାହାଜଛାପର ଗ୍ରାମରେ ଜମିଦାର ପଧାନଙ୍କ ଜନ ଟ୍ରାକ୍ଟର ଚୋରି ହୋଇଛି। ଟ୍ରାକ୍ଟର ସମ୍ପର୍କୀୟ ଭାଇ ଚୁଡାମଣି ବେହେରାଙ୍କ ଘର ସମ୍ମୁଖରେ ରଖିଥିଲେ। କିନ୍ତୁ ପରବର୍ତୀ ସମୟରେ ଟ୍ରାକ୍ଟର ଟି ରଖି ଥିବା ସ୍ଥାନରେ ଆଉ ନ ଥିଲା ବହୁ ଆଡେ ଖୋଜା ଖୋଜି କଲା ପରେ ମଧ୍ୟ ଟ୍ରାକ୍ଟର ଟି ନ ମିଳିବାରୁ ଟ୍ରାକ୍ଟର ମାଲିକ ଜମିଦାର ଥାନାକୁ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।