ସୋନପୁର: ଗଡ଼ଜାତ ର ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ଆଜି କାଳୀ ବେଶ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇ ଯାଇଛି।
ଗଡ଼ଜାତ ର ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ଆଜି କାଳୀ ବେଶ ସହ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇ ଯାଇଛି। ଆଜି ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ କାଳୀ ବେଶ ଅନୁଷ୍ଠିତ ହୋଇଛି ।ଆଜି ଏହି ଦୁର୍ଲଭ ବେଶକୁ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ଦର୍ଶନ କରି ମା ଙ୍କ କୃପା ଲାଭ କରିଛନ୍ତି ।ଅନ୍ଯ ପଟେ ବିଶ୍ବ କଲ୍ୟାଣ ପାଇଁ ମାଁ ଙ୍କ ପ୍ରାଙ୍ଗଣରେ ଆଜି ସଂଧ୍ୟା ୭ଟାରେ ମହା ଆଳତୀ ଅନୁଷ୍ଠିତ ହୋଇ ଯାଇଛି।ଯଜ୍ଞ କମିଟି ଓ ଦେବୋତ୍ତର କମିଟି ପକ୍ଷରୁ ମାଁ ଙ୍କ ଠାରେ ଲାଗିଥିବା ଖିରି ଭୋଗକୁ ହଯାର ହଯାର ଶ୍ରଦ୍ଧାଳୁ ଙ୍କୁ ବଣ୍ଟା ଯାଇଛି ।