ଖଲ୍ଲିକୋଟ୍: ଗଞ୍ଜାମ ଅତିରିକ୍ତ ଏସପିଙ୍କ ଖଲ୍ଲିକୋଟ ଥାନା ପରିଦର୍ଶନ
ଖଲ୍ଲିକୋଟ ଥାନା ପରିଦର୍ଶନ କରିଛନ୍ତି ଗଞ୍ଜାମ ଅତିରିକ୍ତ ଏସପି ଚିନ୍ମୟ ନାୟକ । ଆଜି ଦିନ ୧୧ ଟା ସମୟରେ ଗଞ୍ଜାମ ଅତିରିକ୍ତ ଏସପି ଚିନ୍ମୟ ନାୟକ ଖଲ୍ଲିକୋଟ ଥାନାରେ ପହଞ୍ଚିବା ପରେ ସେଠାରେ ଥାନା ପକ୍ଷରୁ ସ୍ବାଗତ କରାଯାଇଥିଲା । ପରେ ଶ୍ରୀ ନାୟକ ଥାନାର ସମସ୍ତ କାର୍ଯ୍ୟରତ କର୍ମଚାରୀ ଙ୍କ ସହ କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା କରିଥିଲେ । ଏହି ପରିପେଖିରେ ଥାନା ଆଇଆଇସି ରମେଶ କୁମାର ପ୍ରଧାନ, ଅତିରିକ୍ତ ଆଇଆଇସି ପୂର୍ଣ୍ଣ ଚନ୍ଦ୍ର କିଶାନ ଓ କେଶବ ଷଡ଼ଙ୍ଗୀଙ୍କ ସହ ଥାନାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।