ନବରଙ୍ଗପୁର ପୋଲିସ ଷ୍ଟେସନ: ଆମ୍ବୁଲେନ୍ସ ବୋଟ ପର୍ଯ୍ୟନ୍ତ କାନ୍ଧରେ ବୁହା ହେଲେ ଭିତରଡୁଙ୍ଗା ଗ୍ରାମର ରୋଗୀ l
ବିନା ବିସ୍ଥାପନ ସହାୟତା ରେ ଜଳ ବନ୍ଦୀ କଷ୍ଟ ଭୋଗ କରୁଛନ୍ତି ଟାଙ୍ଗନିକୋଟ,ବାଗ୍ରା ଗ୍ରାମ ବାସୀ। ଉକ୍ତ ଗ୍ରାମ ଗୁଡ଼ିକ ରୁ ଡଙ୍ଗା ଘାଟ  ଯାଏଁ ରାସ୍ତା ନ ଥିବା ଏବଂ ଯାନ ବାହାନ ଚଳାଚଳ କରୁନ ଥିବାରୁ ଗର୍ଭ ବତୀ ମହିଳା ଓ ରୋଗୀ ଙ୍କୁ ଖଟିଆ କିମ୍ବା ବୋହି ଆଣିବା କୁ  ପଡୁଛି ଆମ୍ବୁଲାନ୍ସ ବୋଟ ପର୍ଯ୍ୟନ୍ତ। ଏମିତି ଘଟଣା ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ଭିତରଡୁଙ୍ଗା ଗ୍ରାମର ରୋଗୀଙ୍କୁ ପରିବାର ଲୋକେ କାନ୍ଧରେ ବୋହି ଡ଼ଙ୍ଗାଘାଟ ପର୍ଯ୍ୟନ୍ତ ଆଣି ବୋଟରେ ବସେଇ ଥିଲେ l ବଟ ରେ ପାର ହେବା ପରେ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ରେ ଭର୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି l