ବାରିପଦା ମ୍ୟୁନିସିପାଲଟି: ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଓ ବାରିପଦା ପଞ୍ଚାୟତ କାର୍ଯ୍ୟାଳୟରେ ବିଶ୍ବ ଶୌଚାଳୟ ଦିବସ ୨୦୨୫ ପାଳିତ
ବୁଧବାର ଦିନ ପ୍ରାୟ ୧୨ ଟାରେ ମୟୂରଭଞ୍ଜ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଓ ବାରିପଦା ପଞ୍ଚାୟତ କାର୍ଯ୍ୟାଳୟରେ ବିଶ୍ବ ଶୌଚାଳୟ ଦିବସ ୨୦୨୫ ପାଳିତ ହୋଇଯାଇଛି। ଆମର ଶୌଚାଳୟ ଆମର ଭବିଷ୍ୟତ ଥିମ ରେ ଚଳିତ ବର୍ଷ ନଭେମ୍ବର ୧୯ ରୁ ଡିସେମ୍ବର ୧୦ ତାରିଖ ଯାଏଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।