ସୁକିନ୍ଦା ଖଣି ଅଞ୍ଚଳରେ ରାଜନୈତିକ ବିବାଦକୁ କେନ୍ଦ୍ରକରି ଗତ ବୁଧବାର ଦିନ ଦୁଇପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରି ଗୁରୁବାର ଅପରାହ୍ନ 4 ଘଟିକା ସମୟରେ କୋର୍ଟ ଚାଲାଣ କରିଛି । ବେଦାନ୍ତ ଖଣିରେ ସ୍ଥାନୀୟ ଅଞ୍ଚଳ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଓ ସ୍ଥାନୀୟ ଲୋକଙ୍କ କିଛି ଦାବୀ ନେଇ ଖଣି ମୁଖ୍ୟ ଦ୍ଵାର ସମ୍ମୁଖରେ ଆନ୍ଦୋଳନ ଚାଲିଥିଲା । ସେହି ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏକ କାରରେ ସେଠାରେ ପହଂଚି ଖଣି ଭିତରକୁ ଯିବାପାଇଁ କହିଥିଲେ । ଧାରଣା ଦେଇଥିବା ଯୁବକ ମାନେ ସେମାନଙ୍କ ଗାଡି ନ ଛାଡ଼ିବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା