ଭଞ୍ଜନଗର: ଭଞ୍ଜନଗର ଠାରେ ଜିଲ୍ଲା ମେକାନିକ ସଂଘ ର ଜରୁରୀ ବୈଠକ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଜିଲ୍ଲା ମେକାନିକ ସଂଘ ତରଫରୁ ଅଲ୍ ଓଡ଼ିଶା ମେକାନିକାଲ ମହାସଂଘକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରବିବାର ମଧ୍ୟାହ୍ନରେ ଅନୁଷ୍ଠିତ ଏହି ବୈଠକରେ ଭଞ୍ଜନଗର ମେକାନିକ ସଦସ୍ଯ ମାନଙ୍କୁ ମହାସଂଘ ତରଫରୁ ମେକାନିକ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଆଗାମି ଦିନରେ ସଦସ୍ଯ ମାନଙ୍କର ଇନସୁରାନ୍ସ କରାଜିବା ସହିତ ମେକାନିକ ମାନଙ୍କର ବିବିଧ ଅସୁବିଧାର ସମାଧାନ କରାଯିବା ନେଇ ଆଲୋଚନା କରାଯାଇଛି।