ଲଇକେରା ବାମରା ମୁଖ୍ୟ ରାସ୍ତା ସ୍ଥିତ ସାହାସପୁର କଦଳୀବଗିଚା ନିକଟରେ ବାଇକ୍ ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇ ଥିବା ଜଣାପଡିଛି। ଆହତ ଯୁବକ ମାନେ ହେଲେ ବାମରା ବ୍ଲକ ଅନ୍ତର୍ଗତ କହପାଣି ଗ୍ରାମର ଛବିଲ ଟୋପ୍ପୋ, ସୁଶିଲ ଟୋପ୍ପୋ ଓ ରେଙ୍ଗାଲବେଡ଼ା ଗ୍ରାମର ଗୌତମ କିସାନ ବୋଲି ତାଙ୍କ ପରିଚୟ ମିଳିଛି। ଉକ୍ତ ଯୁବକ ମାନେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଏକ ବାଇକ୍ ଯୋଗେ ରେଙ୍ଗାଲବେଡ଼ା ଗ୍ରାମ ରୁ କହପାଣିକୁ ଫେରୁଥିବା ବେଳେ ସାହାସପୁର ନିକଟ କଦଳୀବାଡ଼ି ନିକଟ ରେ ଭାରସାମ୍ୟ ହରାଇ ଏକ ଗଛ କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।