ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରୁବୁଡି ସ୍ଥିତ ଶ୍ରୀ ସତ୍ୟ ସାଇ ବିଦ୍ୟା ମନ୍ଦିରର ଅନୁଷ୍ଠିତ ବାର୍ଷିକ ଉତ୍ସବ ବେଶ୍ ମହାସମାରୋହରେ ପାଳିତ ହୋଇଯାଇଛି। ଶନିବାର ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରାୟ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉଦେଶ୍ୟରେ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ l